Latest Odisha News

BREAKING NEWS

ଯଦୁପୁର ଗାଁରେ ପୋଲିସ ଛାଉଣୀ, ହେପାଜତରେ ଥିବା ଯୁବକଙ୍କ ଘରେ ଏସଆଇଟି ଟିମ୍

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ ଝଓଞର ଖୋଳତାଡ଼ ଜାରି ରହିଛି । ଯଦୁପୁର ଗାଁରୁ ଜଣେ ଯୁବକଙ୍କୁ ଦୁଇ ଦିନ ହେବ ହେପାଜତରେ ନେଇଛି ଏସଆଇଟି । ଆଜି ତାଙ୍କ ଘରେ ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ଯୁବକଙ୍କ ମାଆଙ୍କୁ ସେମାନେ ପଚରାଉଚରା କରିଥିବା ଜଣା ପଡ଼ିଛି । ତାଙ୍କ ଘର ଆଗରେ ବି ପୋଲିସ ମୁତୟନ ହୋଇଛନ୍ତି । ପୁରା ଯଦୁପୁର ଗାଁରେ ପୋଲିସ ଛାଉଣୀ ।

ଦୁଇ ଦିନ ତଳେ ଯଦୁପୁର ଗାଁରୁ ଜଣେ ଯୁବକ, ତାଙ୍କ ମାଆ ଓ ଭଉଣୀକୁ ଉଠାଇ ନେଇଥିଲା ଏସଆଇଟି । ପଚରାଉଚରା ପରେ ମାଆ ଓ ଭଉଣୀଙ୍କୁ ଛାଡ଼ିଥିବା ବେଳେ ଯୁବକ ଏବେ ବି ହେପାଜତରେ ଅଛନ୍ତି । ଗତକାଲି ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି ଚିହ୍ନଟ କରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ଗତକାଲି ଗିରଫ ପରେ ଅଭିଯୁକ୍ତର ନାଁ ପ୍ରକାଶ କରି ନଥିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତକୁ ନେଇ ଯଦୁପୁରରେ ଆଜି କ୍ରାଇମ ସିନ୍ ରିକ୍ରିଏଟ୍ କରାଯିବ ବୋଲି ଜଣାପଡ଼ିଛି । ଏହାସହ ଆଜି ଅଭିଯୁକ୍ତକୁ ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.