Latest Odisha News

ଏମିତି ପୁଅ କାହାକୁ ନମିଳୁ, ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଚାଞ୍ଚଲ୍ୟ ତଥ୍ୟ

କଟକ: ମାଆକୁ ୨ ପୁଅ ଗଳା କାଟି ହତ୍ୟା କରିବା ଘଟଣାରେ ପୋଲିସ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ସାମାନ୍ୟ ଝଗଡା ପାଇଁ ପ୍ରତିଶୋଧ ପରାୟଣ ହୋଇ ୨ ପୁଅ ମିଶିକି ନେଇଗଲେ ମାଆ ଜୀବନ ।

କଟକ ମହାନଦୀ ବିହାରରରେ ଘଟିଥିବା ଅଭାବନୀୟ ଘଟଣାର ଆଜି କାରଣ ଦର୍ଶାଇଛି ପୋଲିସ୍ । ହତ୍ୟା ଘଟଣାକୁ ନେଇ ପୋଲିସ୍ କହିଛି, ଦୁଇ ପୁଅଙ୍କର ରୋଜଗାର ନଥିଲା । ମାଆ ପେନସନ ପାଉଥିବାରୁ ସେହି ଟଙ୍କାରେ ପରିବାର ଚଳୁଥିଲା । ଘରେ ଟଙ୍କା ନଥିବାରୁ ଘରର ଆସବାବପତ୍ର ବିକି ଦେଇଥିଲେ ପୁଅମାନେ । ଯାହାକୁ ନେଇ ମାଆ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାର ରାଗ ରଖି ପ୍ରତିଶୋଧ ପରାୟଣ ହୋଇ ମାଆକୁ ହତ୍ୟା କରିଛନ୍ତି ୨ ପୁଅ । ଖାଲି ଏତିକିରେ ନୃଶଂସ ପୁଅଙ୍କ କଳାକାର୍ଣ୍ଣାମା ଶେଷ ହୋଇନଥିଲା । ଧରା ନପଡିବା ପାଇଁ ନରହନ୍ତା ୨ ପୁଅ ପ୍ରମାଣ ନଷ୍ଟ ପାଇଁ ଗୋବର ପାଣିରେ କ୍ରାଇମ୍ ସ୍ପଟ୍ ଧୋଇଥିଲେ । ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ତେବେ ଅଭିଯୁକ୍ତ ୨ ପୁଅଙ୍କ ମାନସିକ ବିକୃତି ଥିବା ବିଷୟରେ କିଛି ଜଣାପଡ଼ି ନାହିଁ ।

ସେପଟେ ଅଭିଯୁକ୍ତ ବଡ ପୁଅକୁ ପୋଲିସ୍ ଏହି ଘଟଣାରେ ଗିରଫ କରିଥିବା ବେଳେ ଏବେ ବି ସାନ ପୁଅ ଫେରାର ଥିବା ସୂଚନା ଦେଇଛନ୍ତି ଚାଉଳିଆଗଞ୍ଜ ଆଇଆଇସି ।

ସୂଚନାଯୋଗ୍ୟ, ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତ ଦେହ ମିଳିବା ପରେ ତାଙ୍କ ୨ ପୁଅ ତାଙ୍କୁ ଗଳା କାଟି ହତ୍ୟା କରିଥିବା ଜଣାପଡିଥିଲା ।  ଏହାକୁ ନେଇ ତଦନ୍ତ ଜାରି ରଖିଛି ଚାଉଳିଆଗଞ୍ଜ ଥାନା ପୋଲିସ ।

Comments are closed.