Latest Odisha News

BREAKING NEWS

ଟ୍ୟୁସନରୁ ଫେରୁଥିବାବେଳେ ଧକ୍କା ଦେଲା ଟ୍ରକ୍: ଦୁଇ ଛାତ୍ର ମୃତ, ଜଣେ ଗୁରୁତର

ବାଙ୍କୀ: ଟ୍ୟୁସନରୁ ଫେରୁଥିବାବେଳେ ବାଇକ୍ କୁ ପିଟିଦେଲା ଟ୍ରକ୍  । ଫଳରେ ଦୁଇ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏମିତି ଅଭାବନୀୟ ଘଟଣା ଘଟିଛି ବାଙ୍କୀ ରଣଶଙ୍ଖ ନିକଟରେ  । ୩ ଜଣ ଛାତ୍ର ଏକ ବାଇକରେ ଟ୍ୟୁସନରୁ ଫେରୁଥିବାବେଳେ ଟ୍ରକ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

ଆହତ ଛାତ୍ରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କପରାଯାଇଛି । ବାଙ୍କୀର ଚକୁଳେଶ୍ବର ଗାଁରୁ ଟ୍ୟୁସନ ସାରି ୩ ଜଣ ସାଙ୍ଗ ଫେରୁଥିବାବେଳେ ରଣଶଙ୍ଖ ଟର୍ଣ୍ଣିଂ ପଏଣ୍ଟରେ ଏହି ଅଘଟଣ ଘଟିଛି ।  ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା । ପରେ ମୃତଦେହ ଉଠିବା ପରେ ରାସ୍ତା ସ୍ବାଭାବିକ ହୋଇଥିଲା । ସେପଟେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.