Latest Odisha News

BREAKING NEWS

ମଣିଷକୁ ଡେଇଁଲା କି ବାର୍ଡ ଫ୍ଲୁ, ୨ ଜଣ ସନ୍ଦିଗ୍ଧ ଚିହ୍ନଟ

ଭୁବନେଶ୍ୱର: କୁକୁଡା ପରେ ଏବେ ମଣିଷକୁ ବାର୍ଡ ଫ୍ଲୁ ଡେଇଁଛି। ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବୋଲି କହି ହେବନି। ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ସୂଚନା ମିଳିଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହି ୨ ଜଣଙ୍କର ନମୁନା ପୁଣେ ଭାଇରୋଲୋଜି ସେଣ୍ଟରକୁ ପଠାଯାଇଛି। ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନି । ରିପୋର୍ଟକୁ ଅପେକ୍ଷା ରହିଛି । ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ମଣିଷ ବାର୍ଡ ଫ୍ଲୁ ସଂକ୍ରମିତ ହେବା ପରେ ସଜାଗ ସ୍ବାସ୍ଥ୍ୟ ବିଭାଗ । ପିପିଲି ଏବଂ ସତ୍ୟବାଦି ବ୍ଲକରେ କଡା ନଜର ରଖିଛି ବିଭାଗ । H5N1 ସଂକ୍ରମଣ ସ୍ଥାନ ଗୁଡିକରେ ପ୍ରାଥମିକ ନିରୀକ୍ଷଣ ଜୋନ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

 

Comments are closed.