Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀର: ବଡଗାମରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର ଗୋପାଲପୋର ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ମୃତ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ମାଜ୍ ବୋଲି ସୂଚନା ମିଳିଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୁତ୍ରରୁ ପ୍ରକାଶ ।

ପ୍ରାପ୍ତ ସୂଚନାନୁଯାୟୀ କିଛି ଆତଙ୍କବାଦୀ ବଡଗାମ୍ ଜିଲ୍ଲାର ଗୋପାଲପୋର ଅଞ୍ଚଳରେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଛପି ରହିଥିବା ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା କରାଯାଇଥିଲା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ଘଟଣାସ୍ଥଳରୁ ଯବାନ ମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.