Latest Odisha News

BREAKING NEWS

ଭୁବନେଶ୍ୱର: ବି.ଟେକ୍ ଛାତ୍ରଙ୍କ ଠାରୁ ଜବତ ହେଲା ବ୍ରାଉନ ସୁଗାର

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ବୁଧବାର ଦିନ ବି.ଟେକ୍ ପାସ କରିଥିବା ଜଣେ ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ନୟାପଲ୍ଲୀ ନିକଟସ୍ଥ ସାଲିଆ ସାହି ଅଞ୍ଚଳରୁ ଚଢାଉ ବେଳେ ଅବକାରୀ ବିଭାଗ ସମ୍ପୃକ୍ତ ଛାତ୍ରଙ୍କ ଠାରୁ ୮୩ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଅଧିକାରୀଙ୍କ ପକ୍ଷରୁ ଏଯାବତ୍ ସମ୍ପୃକ୍ତ ଛାତ୍ରଙ୍କ ପରିଚୟ ପ୍ରକଟ କରାଯାଇନାହିଁ ।

ତେବେ ଅବକାରୀ ବିଭାଗର ଅଧିକାରୀମାନେ ଘଟଣାର ତଦନ୍ତ ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ ହେପାଜତରେ ନେଇ ପଚରାଉଚରା ଜାରି କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.