Latest Odisha News

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ମାନେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ସୂଚନାକୁ ଆଧାର କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହେବା ଫଳରେ ସୁରକ୍ଷା କର୍ମୀଙ୍କ ପାଲଟା ଗୁଳି ମାଡରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ମୃତ ଆତଙ୍କବାଦୀ ମାନେ ଜୈଓ ଇ ଅହମ୍ମଦ ସଙ୍ଗଠନର ସହୀଦ ଅହମ୍ମଦ ବାବା ଓ ଅନିୟତ ଅହମ୍ମଦ ଜିଗର ବୋଲି ଜଣାପଡିଛି ।

ତେବେ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏସଏଲଆର ଓ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଥିବା ବେଳେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.