Latest Odisha News

BREAKING NEWS

ଜମ୍ମୁ କାଶ୍ମୀର: ତ୍ରାଲରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ମଙ୍ଗଳବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ କିଛି ଆତଙ୍କବାଦୀ ତ୍ରାଲ୍ ଅଞ୍ଚଳରେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ଜାରି ତଲାସି ଅଭିଯାନ ୪୨ ରାଷ୍ଟ୍ରିୟ ରାଇଫଲ୍ସ, ୧୮୦ ବାଟାଲିୟନର ସିଆରପିଏଫ୍ ତଥା ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ବେଳେ ଛପି ରହିଥିବା ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା କରାଯିବା ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ।

ଏହି ଆତଙ୍କବାଦୀ ହିଜବୁଲ୍ ମୁଜାହିଦିନ୍ ସଂଗଠନର ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ମୋବାଇଲ ଓ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

Leave A Reply

Your email address will not be published.