Latest Odisha News

BREAKING NEWS

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କଣ୍ଟ୍ରୋଲ୍ ଲାଇନରେ ସୁରକ୍ଷା ବାହିନୀ ଗୁରୁବାର ଦିନ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି।

ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେବି ଅପରେସନ ଚାଲିଥିବା ନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କୁପୱାଡାର କେରନ ସେକ୍ଟର ସ୍ଥିତ ଏଲଓସିରେ ହୋଇଥିବା ଅନୁପ୍ରବେଶରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରଥମେ ଏଲଓସିରେ ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଥିଲା। ଏହା ପରେ ଆର୍ମିର ୬ ରାଷ୍ଟ୍ରୀୟ ରାଇଫଲ ଓ କୁପୱାଡା ପୁଲିସ୍‌ ଅପରେସନ ଆରମ୍ଭ କରିଥିଲେ।

Comments are closed.