Latest Odisha News

BREAKING NEWS

ବାଘ ଚମଡା ଡିଲ ବେଳେ ୨ ମାଫିଆ ଗିରଫ

ରାୟଗଡା: ପୁଣି କଲରାପତରିଆ ବାଘ ଚମଡା ଜବତ । ରାୟଗଡାରେ ବାଘ ଚମଡା ଡିଲ ବେଳେ ଦୁଇ ଜଙ୍ଗଲ ମାଫିଆ ଗିରଫ । ଉଭୟ ମାଫିଆଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଘଟଣାର ତଦନ୍ତ କରୁଛି ଏସଟିଏଫ୍ ।

ସୂଚନା ମୁତାବକ, ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ତାମ୍ପରବିଦୁନି ଛକରେ ଗତକାଲି ବାଘ ଚମଡା ଡିଲ କରିବା ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ଦଫା ୨୨ ସେକ୍ସନ ୩୭୯, ୪୧୧ ଏବଂ ୧୨୦ବି(B) ରେ ଉଭୟଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ମାଫିଆ ହେଲେ ରାୟଗଡା ଜିଲ୍ଲାର ବିକ୍ରମ ମାଝି ଏବଂ ରାଜା ମାଝି । ସେମାନଙ୍କ ନିକଟରୁ ୨ ଟି କଲରାପତର ବାଘ ଚମଡା ଜବତ କରାଯାଇଛି । ବାଘ ଚମଡା କାରବାର ନେଇ ମାମଲା ରୁଜୁ କରିବା ସହ ଦୁଇ ମାଫିଆଙ୍କୁ ରାୟଗଡା ଏସଡିଜେଏମ କୋର୍ଟଚାଲାଣ କରାଯାଇଛି ।

ଜବତ ହୋଇଥିବା କଳରାପତରିଆ ବାଘ ଚମଡା ପରୀକ୍ଷା ପାଇଁ ଡେରାଡୁନ ପଠାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିକ୍ରମ ଓ ରାଜାକୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିବା ସହ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ଯୋଜନା କରିଛି ଏସଟିଏଫ୍ । ତେବେ ଏହି ୨ ଟି ବାଘ ଚମଡା କେଉଁଠୁ ଆଣିଲେ, ତାଙ୍କୁ କେହି ଦେଇଛି କି ନିଜେ ଶିକାର କରିଛନ୍ତି ସେନେଇ ଖୋଲତାଡ କରୁଛି ଏସଟିଏଫ୍ ଟିମ୍ ।

 

 

Comments are closed.