Latest Odisha News

BREAKING NEWS

ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା : ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । NHRCରେ ଅଭିଯୋଗ କଲେ ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ । ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରାଯାଇଛି । ସୁଶାନ୍ତଙ୍କ ନାଁରେ ପୋଲିସ କୌଣସି ମାମଲା ରୁଜ୍ଜୁ କରୁନି ,ଏ ନେଇ ସୁବ୍ରତ ଫେରାଦ ହୋଇଛନ୍ତି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁବ୍ରତ ଲିଖିତ ଭାବେ ଜଣାଇଛନ୍ତି । ସେପଟେ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ବିଧାୟକଙ୍କ ଗିରଫ ଦାବି ଜୋର୍ ଧରିଛି  ।

ବିଧାୟକ ସୁଶାନ୍ତ ସିଂଙ୍କ ଗିରଫ ଦାବିରେ ବରଗଡ ଏସପି ଅଫିସ ଅଫିସ ଘେରାଉ କରିଛି ଜିଲ୍ଲା ବିଜେପି । ଘଟଣାକୁ ୪ଦିନ ବିତିଯାଇଛି । ହେଲେ ଘଟଣାରେ ସମ୍ପୃକ୍ତ ଥିବା ବିଧାୟକଙ୍କୁ କାହିଁକି ଗିରଫ କରାଯାଉନି ବୋଲି ବିଜେପି ପ୍ରଶ୍ନ ଉଠାଇଛି  । ଗତକାଲି ଅଭିଯୁକ୍ତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ କଂଗ୍ରେସ କର୍ମୀ ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଥିଲେ  । ସୂଚନା ମୂତାବକ ଗତ ରବିବାର ଅପରାହ୍ନ ପ୍ରାୟ ୫ଟା ବେଳକୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି  ।

ଶତାଧିକ ଲୋକ ଥାନା ଘେରିଥିଲେ। ଆଉ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯିଏ ଯାହା ପାରିଲା ଭାଙ୍ଗି ଚାଲିଲା । ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ଏଭଳି ତୁମୁଳକାଣ୍ଡ ଘଟିଥିଲା  । ହେଲେ ପୋଲିସ ନିଦାବିଷ୍ଣୁ ସାଜିଥିଲା । ଘଟଣାକୁ ୪ ଦିନ ଦିନ ବିତିଛି  । ହେଲେ ଆଜି ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍  ।

Leave A Reply

Your email address will not be published.