Latest Odisha News

BREAKING NEWS

ନାଗାବଳୀ ନଦୀରେ ଫସିଗଲେ ପର୍ଯ୍ୟଟକ। ଉଦ୍ଧାରପାଇଁ ଅଗ୍ନିଶମବାହିନୀର ଉଦ୍ୟମ ଜାରି ।

ରାୟଗଡ଼ା: ହଠାତ୍ ନଦୀରେ ମାଡି ଆସିଲା ପାଣି । ବୁଲୁଥିବା ପର୍ଯ୍ୟଟକ ନଦୀ ମଝିରେ ଫସି ରହିଗଲେ  । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସହର ସ୍ଥିତ ନାଗାବଳୀ ନଦୀରେ  ।  ପର୍ଯ୍ୟଟକ ଦୁଇ ଜଣ ବୁଲୁଥିବାବେଳେ ହଠାତ ନାଗାବଳୀ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା  । ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା  । ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ  । ଫଳରେ ସେମାନେ ଏକ ଟାପୁ ଉପରେ ଫସି ରହିଯାଇଛନ୍ତି  ।

ସେପଟେ ଖବର ବିଷୟରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି  । ଫସି ରହିଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ନିମନ୍ତେ ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି  ।  ଉଭୟେ ପର୍ଯ୍ୟଟକ କାଶୀପୁର ବ୍ଲକର ହୋଇଥିବାବେଳେ ଉଭୟଙ୍କ ନାମ ହେଉଛି ସୁନାମୀ ନାୟକ ଏବଂ ସୁଧିର ନାୟକ  । ଦୁହେଁ ବୁଲିବା ପାଇଁ ଯାଇଥିଲେ  । ରାୟଗଡ଼ା ସହରରେ ଥିବା ଝୁଲା ବ୍ରିଜ ତଳେ ବୁଲୁଥିବା ସମୟରେ ନଦୀରେ ହଠାତ ବୃଦ୍ଧି ଘଟିଥିଲା ଜଳସ୍ତର  । ଯାହା ଫଳରେ ଏମାନେ ନଦୀ ମଝିରେ ଫସି ରହିଯାଇଛନ୍ତି  ।

Leave A Reply

Your email address will not be published.