Latest Odisha News

ସନ୍ତରଣର ବିକାଶ ନେଇ କିସ୍‍ ଓ ଗ୍ଲେନ୍‍ମାର୍କ ଫାଉଣ୍ଡେସନ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳ ସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗ୍ଲେନ୍‍ମାର୍କ ଫାର୍ମାସିଉଟିକାଲ୍‍ ଲିମିଟେଡ୍‍ର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ଗ୍ଲେନ୍‍ମାର୍କ ଆକ୍ୱାଟିକ୍‍ ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଶନିବାର ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ରରେ ଗ୍ଲେନ୍‍ମାର୍କ ଆକ୍ୱାଟିକ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଏହାର ଅପରେସନ୍‍ ମୁଖ୍ୟ ବିଜୟ ଭରଦ୍ୱାଜ ଓ କିସ୍‍ ପକ୍ଷରୁ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ସ୍ୱାକ୍ଷର କରିଥିଲେ ।

ଓଡ଼ିଶାରେ ତୃଣମୂଳ ସ୍ତରରୁ ସନ୍ତରଣକାରୀ ସୃଷ୍ଟି କରିବା ପାଇଁ ଗ୍ଲେନ୍‍ମାର୍କ ଓ କିସ୍‍ ମଧ୍ୟରେ ୧୨ବର୍ଷିଆ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ବୁଝାମଣାପତ୍ର ଅନୁଯାୟୀ କିଟ୍‍ ଓ କିସ୍‍ର ଛାତ୍ରଛାତ୍ରୀଙ୍କୁ ସନ୍ତରଣରେ ତାଲିମ ପ୍ରଦାନ କରାଯିବା ସହ ଏହାକୁ ଏକ ପ୍ରତିଯୋଗୀମୂଳକ କ୍ରୀଡ଼ା ଭାବେ ଗ୍ରହଣ କରିବା ନେଇ ପ୍ରୋତ୍ସାହିତ କରାଯିବ।

ଦକ୍ଷିଣ ଆଫ୍ରିକାର ଅଭିଜ୍ଞ କୋଚ ଇଆନ୍‍ ଏଲ୍‍ସ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଏହି ବୁଝାମଣା ପତ୍ର ଅନୁସାରେ ଦୀର୍ଘକାଳୀନ କ୍ରୀଡ଼ାବିତ୍‍ ବିକାଶ ନିମନ୍ତେ ବିଶ୍ୱ ନୀତି ଅନୁସରଣ କରି ଓଡ଼ିଶା ଓ ଭାରତ ପାଇଁ ଅନ୍ତର୍ଜାତୀୟ ସନ୍ତରଣକାରୀ ସୃଷ୍ଟି କରାଯିବ।

ଏହି ବୁଝାମଣା ଅନୁଯାୟୀ ଗ୍ଲେନ୍‍ମାର୍କ ଆକ୍ୱାଟିକ୍‍ ଫାଉଣ୍ଡେସନ୍‍ କିଟ୍‍ ଓ କିସରେ ସନ୍ତରଣକାରୀଙ୍କୁ ତାଲିମ ଯୋଗାଇ ଦେବା ସହ ସନ୍ତରଣ କୋଚ୍‍ଙ୍କୁ ତାଲିମ୍‍ ଏବଂ ସନ୍ତରଣ କୋଚ୍‍ ହେବା ପାଇଁ ଲକ୍ଷ୍ୟ ରଖିଥିବା ସନ୍ତରଣକାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେବ। ପ୍ରଥମ ପର୍ଯ୍ୟାୟରେ କିସ୍‍ର ୧୦ଜଣ ପ୍ରାକ୍ତନ ସନ୍ତରଣକାରୀଙ୍କୁ ଏଥିରେ ନିଆଯାଇ କୋଚ୍‍ ଭାବେ ତାଲିମ ପ୍ରଦାନ କରାଯିବ।

ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେକିସ୍‍ ସର୍ବଦା କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଆସିଛି। ଓଡ଼ିଶା ସରକାର ମଧ୍ୟ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରୋତ୍ସାହନ ଦିଗରେ ସହଯୋଗ କରିଆସିଛନ୍ତି। କିଟ୍‍ ଓ କିସ୍‍ର କ୍ରୀଡ଼ାବିତ୍‍ମାନେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ତଥା ଦେଶକୁ ଗୌରବ ଆଣି ଦେଉଥିବା ବେଳେ ଏହା ଦ୍ୱାରା ଆମ କ୍ରୀଡ଼ାବିତ୍‍ମାନେ ସନ୍ତରଣ କ୍ଷେତ୍ରରେ ମଧ୍ୟ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ।

କିସ୍‍ ଓ ଗ୍ଲେନ୍‍ମାର୍କ ଫାଉଣ୍ଡେସନ୍‍ର ମିଳିତ ପ୍ରୟାସରେ କିସ୍‍ ଓ ଓଡ଼ିଶାରୁ ବିଶ୍ୱସ୍ତରୀୟ ସନ୍ତରଣକାରୀ ବାହାରି ପାରିବେ ବୋଲି ଶ୍ରୀ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‍ମାର୍କ ଫାର୍ମାସିଉଟିକାଲ୍‍ ଲିମିଟେଡ୍‍ର ପ୍ରତିଷ୍ଠାତା ଗ୍ଲେନ୍‍ ସାଲଦାନାଆକ୍ୱାଟିକ୍‍ ଫାଉଣ୍ଡେସନର ପ୍ରତିଷ୍ଠାତା ନେହା ସାଲଦାନାସୁଇମିଂ ଫେଡେରେସନ୍‍ ଅଫ୍‍ ଇଣ୍ଡିଆର ସଭାପତି ଆର ଏନ୍‍ ଜୟପ୍ରକାଶଉପସଭାପତି କମଳେଶ ନାନାବତୀମହାସଚିବ ମୋନାଲ ଚୋକ୍‍ସୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.