Latest Odisha News

BREAKING NEWS

ବିସ୍ମୟ; ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ନ୍ୟୁ ଜର୍ସି: ପୃଥିବୀରେ ଜନ୍ମ ହେଉଥିବା ସନ୍ତାନଙ୍କ ଭିତରେ ଅନେକ ସମୟରେ ଯାଆଁଳା ସନ୍ତାନ ଜନ୍ମ ହେବାର ନଜିର ରହିଛି । ଯାଆଁଳା ସନ୍ତାନଙ୍କ ଭିତରେ ବୟସର ଫରକ୍ କିଛି ଘଣ୍ଟା କି ମିନିଟ୍ ହୋଇଥାଏ । କିନ୍ତୁ ଆମେରିକାରେ ଏକ ସହରରେ ଏକ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ପ୍ରତିଦିନ ପୃଥିବୀରେ ୩.୮ ଲକ୍ଷ ପିଲା ଜନ୍ମ ହେଉଛନ୍ତି । ନ୍ୟୁ ଜର୍ସିର ଏକ ଦମ୍ପତି ଆଲିଆ କିଓମି ମୋରିସ ଏବଂ ମାଇକେଲ ନିକଟରେ ମା’ ବାପା ହୋଇଛନ୍ତି । ଆଲିଆ ନ୍ୟୁ ହାଭେନ ହସ୍ପିଟାଲରେ ୨ ଯାଆଁଳା ପିଲା ଜନ୍ମ ଦେଇଛନ୍ତି । ସେମାନଙ୍କ ଭିତରେ ଗୋଟେ ପୁଅ ଥିବା ବେଳେ ଆଉ ଗୋଟେ ଝିଅ ରହିଛି । ସବୁଠୁ ବଡ଼ କଥା, ଦୁହେଁ ଅଲଗା ଅଲଗା ବର୍ଷରେ ଜନ୍ମ ହୋଇଛନ୍ତି । ଅର୍ଥାତ୍ ଜଣେ ଗତବର୍ଷ ଏବଂ ଆଉ ଜଣେ ଏ ବର୍ଷ । ପ୍ରଥମେ ଜନ୍ମ ହୋଇଥିବା ପୁଅ ଗତବର୍ଷ ଡିସେମ୍ବର ୩୧ ତାରିଖ ରାତି ୧୧ଟା ୫୯ମିନିଟରେ ଜନ୍ମ ହୋଇଥିବାବେଳେ ଏହାର ୩ ମିନିଟ୍ ପରେ ଝିଅଟି ନୂଆବର୍ଷ ରାତି ୧୨ଟା ୨ମିନିଟରେ ଜନ୍ମ ହୋଇଛି । ଦୁହିଁଙ୍କ ଓଜନ ପ୍ରାୟ ୩ କିଲୋ ଥିବାବେଳେ ମା’ ମଧ୍ୟ ସୁସ୍ଥ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.