Latest Odisha News

BREAKING NEWS

ହାଫ୍ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର

ମୁମ୍ବାଇ: ହାଫ ପ୍ୟାଣ୍ଟ ପିନ୍ଧି ବିବାହ କଲେ ନୂପୁର ଶିଖରେ । ସେ ବଲିଉଡ୍ ସୁପରଷ୍ଟାର ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ବିବାହ କରିଛନ୍ତି । ଅତି ସାଧାରଣ ଢ଼ଙ୍ଗରେ ଦୁହେଁ ବିବାହ କରିଛନ୍ତି । ବିବାହର ଭୋଜି ବଡ଼ ଆକାରରେ ଦିଆଯିବ ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା, ବିବାହ ପାଇଁ ନୂପୁର କୌଣସି ଦାମି ସେରୱାନି ନ ପିନ୍ଧି ହାଫ୍ ପ୍ୟାଣ୍ଟ ପିନ୍ଧି ଆସିଥିବା ଦେଖାଯାଇଛି । ଏହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନୂପୁର ହ୍ୟାଫ ପ୍ୟାଣ୍ଟ୍ ପିନ୍ଧି ବିବାହ କରୁଛନ୍ତି ।

ଦୁହେଁ କୋର୍ଟ ମ୍ୟାରେଜ୍ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । ଏବେ ରେଜିଷ୍ଟରରେ ଦସ୍ତଖତ କରି ଇରାଙ୍କୁ ନିଜର ଜୀବନସାଥୀ କରିଛନ୍ତି ନୂପୁର । ଏହି ସମୟର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଇରା-ନୂପୁରଙ୍କ ସମେତ ଅମିର, ତାଙ୍କର ୨ପତ୍ନୀ ଓ ନୂପୁରଙ୍କ ପରିବାର ଉପସ୍ଥିତ ଥିବା ଦେଖାଯାଇଛି । ଭାରତର ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ବିବାହରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.