Latest Odisha News

BREAKING NEWS

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

ସେହିପରି କଣ୍ଟିଆ ନଦୀରେ ବନ୍ୟାଜଳ ଆସି ଗୋପୀନାଥପୁରରେ ପଶିଛି । ନିଧିପୁର ଗଡ଼ାରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ତଳ ଅଞ୍ଚଳରେ ଥିବା କିଛି ଗାଁରେ ପଶିଛି ବର୍ଷା ପାଣି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.