Latest Odisha News

ବର୍ଷା ବିତ୍ପାତ ମୁକାବିଲା: ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଲଗାଣ ବର୍ଷା ଓଡ଼ିଶାରେ ବିଭୀଷିକା ରଚିଛି । ଆହୁରି ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରୁ ସତର୍ତ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆହୁରି ଅଧିକ ତଳିଆ ଅଞ୍ଚଳରେ ବନ୍ୟା ଆସିପାରେ । ଜନବସତି ପ୍ରଭାବିତ ହେଲେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରିଲିଫ୍ କୋଡ୍ ଅନୁଯାୟୀ ଆବଶ୍ୟକ ସ୍ଥଳେ ରନ୍ଧା ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଯୋଗାଯୋଗ ସଡ଼କଗୁଡ଼ିକର ଯେପରି କୌଣସି କ୍ଷତି ନ ହୁଏ କିମ୍ବା ପ୍ରଭାବିତ ହେଲେ ତକ୍ଷଣାତ୍ ଯୋଗାଯୋଗକୁ ପୁନଃ ମରାମତି ତକରାଯିବାକୁ କୁହାଯାଇଛି ।

ତିନି ଦିନ ଲଗାଣ ବର୍ଷାରେ ରାଜ୍ୟରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଆଜି ସ୍ଥିତି ସମୀକ୍ଷା କରିବେ ସ୍ୱତନ୍ତ୍ର ରିଲିଫ୍ କମିଶନର । ଦିନ ସାଢ଼େ ୧୧ଟାରେ ଏସମ୍ପର୍କରେ ସୂଚନା ଦେବେ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.