Latest Odisha News

BREAKING NEWS

ଟୁ ହ୍ୱିଲର ଟ୍ୟାକ୍ସି ଏବେ ଦିଲ୍ଲୀରେ ଗଡିବନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟୁ ହ୍ୱିଲର ଟ୍ୟାକ୍ସି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତିକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ଦିଲ୍ଲୀରେ ବାଇକ ଟ୍ୟାକ୍ସି ଗଡିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ଦିଲ୍ଲୀରେ ବାଇକ ଟ୍ୟାକ୍ସି ଯୋଗାଉଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏଥିନେଇ ଅନୁମତି ଦେଇଥିଲେ । ସୋମବାର ଏହି ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏଥିପାଇଁ ଆବଶ୍ୟକ ଲାଇସେନ୍ସର ଉପଯୁକ୍ତ ନୀତି ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଏହା ଗଡିବ ନାହିଁ ।

ଜୁନ ୩୦ ସୁଦ୍ଧା ନୂତନ ଗାଇଡଲାଇନ ପ୍ରସ୍ତୁତ କରାଯିବ ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅବକାଶକାଳୀନ ବେଂଚର ବିଚାରପତି ଅନିରୁଦ୍ଧ ବୋଷ ଓ ରାଜେଶ ବିନ୍ଦଲ ଏହି ଶୁଣାଣୀ କରିଛନ୍ତି । ହାଇକୋର୍ଟ ବାଇକ ଟ୍ୟାକ୍ସି ସେବାକୁ ଅନୁମତି ଦେବା ସହ ଯୋଗାଣକାରୀ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ । ଦିଲ୍ଲୀ ସରକାର ଏ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

Leave A Reply

Your email address will not be published.