ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ଶିଶୁ ଚୋରି କରି ନେଇଯାଉଥିବାବେଳେ ଧରାପଡିଲା ପିଲା ଚୋରଣୀ। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି କରୁଥିବା ୨ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡିରେ ଜିମା ଦେଇଛନ୍ତି।
ଭୋଗରାଇ ବ୍ଲକର ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତକାଲି ରାତି ପ୍ରାୟ ୨ଟା ୩୦ରେ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ୭ ଦିନର ଛୁଆକୁ ଚୋରି କରୁଥିଲେ ଦୁଇ ଜଣ ମହିଳା। ଶିଶୁ କନ୍ୟାକୁ ଉଠାଇ ନେଇ ପଳାଉଥିବାବେଳେ ନବଜାତଙ୍କ ବାପା ମାଆ ହଠାତ ଉଠି ବଡ଼ ପାଟିରେ ଚିତ୍କାର କରିଥିଲେ।
ଫଳରେ ଭୟରେ ପିଲା ଚୋରଣୀ ଦୁଇ ଜଣ ନବଜାତକକୁ ଛାଡି ଦୌଡ଼ି ପଳାଇଯାଉଥିଲେ। ପାଟି ଶୁଣି ସେମାନଙ୍କ ସମ୍ପର୍କୀୟ ଆସି ଦୁଇ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ। ଅଟକ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଖଡ଼ଗପୁରର ଓ ଅନ୍ୟ ଜଣେ ବାଲେଶ୍ଵରର ବୋଲି ଜଣାପଡିଛି।
Comments are closed.