Latest Odisha News

BREAKING NEWS

ସୁନ୍ଦରଗଡ଼: ୨ ହକି ଖେଳାଳିଙ୍କ ଝୁଲନ୍ତା ଶବ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼-ଝାଡ଼ଖଣ୍ଡ ସୀମାନ୍ତ ସିମଡ଼େଗା ଜିଲ୍ଲା ଉରି ଜଙ୍ଗଲରେ ରବିବାର ଦିନ ୨ଜଣ ହକି ଖେଳାଳିଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି ।

ଏହି ଦୁଇ ନାବାଳିକା ହକି ଖେଳାଳି ଦୁଇଜଣ ହେଲେ ବୀରମିତ୍ରପୁରର ଶ୍ରଦ୍ଧା ଏବଂ ଝାଡ଼ଖଣ୍ଡ ବଂଶାଜୋରର ସୁନନ୍ଦୀନି । ଏହି ଦୁଇଜଣ ବାଳିକା ବୀରମିତ୍ରପୁରସ୍ଥିତ ଏକ ସେବାଶ୍ରମ ସ୍କୁଲରେ ରହି ଅଧ୍ୟୟନ କରୁଥିବା ବେଳେ ଗତ ଶନିବାର ଦିନଠାରୁ ନିଖୋଜ ରହିଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ପୋଲିସ ସେଠାକୁ ଯାଇ ଦୁଇଟି ଶବକୁ ଉଦ୍ଧାର କରିଥିଲେ ।

ଇତିମଧ୍ୟରେ, ଏହି ଦୁଇ ପରିବାର ପକ୍ଷରୁ ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ପୋଲିସ ଏନେଇ ଛାନଭିନ୍ନ ଆରମ୍ଭ କରିଥିଲେ ମଧ୍ୟ ଏହି ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

Leave A Reply

Your email address will not be published.