Latest Odisha News

BREAKING NEWS

ଅରବାଜଙ୍କ ପାଖକୁ ଫେରିବେ ମଲାଇକା !

ମୁମ୍ବାଇ: ପୁଅକୁ ଦେଖି ନିଜ ପୂର୍ବ ସ୍ଵାମୀ ଅରବାଜଙ୍କୁ ମାନେ ପକାଉଛନ୍ତି ମାଲାଇକା ଅରୋରା । ନିଜ ଇନଷ୍ଟାଗ୍ରାମରେ ଏକ ଫୋଟୋ ମଧ୍ୟ ଶେୟାର କରିଛନ୍ତି ।

ମାଲାଇକା କଣ ଅରବାଜଙ୍କୁ ଆଜିବି ମିସ କରୁଛନ୍ତି ? ମାଲାଇକା ଓ ଅରବାଜଙ୍କ ଭିତରେ ଆଉ କିଛି ସମ୍ପର୍କ ନଥିଲେ ମଧ୍ୟ, ଲାଗୁଛି ଏମାନେ ଏବେବି ଭଲ ସାଙ୍ଗ ହୋଇ ଅଛନ୍ତି । ଆଉ ଏମାନଙ୍କର ସାଙ୍ଗ ହୋଇ ରହିବାର କାରଣ ସେମାନଙ୍କ ପୁଅ ଆରହାନ ଖାନ । ଦୁଇ ଜଣ ଏଯାଏଁ ଆରହାନ ପାଇଁ ହିଁ ଯୋଡି ହୋଇ ରହିଛନ୍ତି । ଏମାନଙ୍କୁ ଅନେକ ଥର ନିଜ ପୁଅ ସହ ଏକଠି ଦେଖିବାକୁ ମଧ୍ୟ ମିଳିଛି ।

ସେ ଯାହାବି ହେଉ, ମାଲାଇକା ଏଥର ନିଜ ପୁଅ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିଛିଦିନ ତଳେ ନିଜ ଇନଷ୍ଟାରେ ଏକ ଫୋଟୋ ଶେୟାର କରିଛନ୍ତି । ଯେଉଁଥିରେ ରହିଛି ଅରହାନ ଓ ଅରବାଜଙ୍କ ପିଲାବେଳର ଫଟୋ । ପୁଅ ଅରହାନ ଅବିକଳ ବାପା ଅରବାଜଙ୍କ ଭଳି ଦେଖାଯାଉଥିବା ସେ ଲେଖିଛନ୍ତି ମଧ୍ୟ ।

ଏହାକୁ ଦେଖିବା ପରେ ମାଲାଇକାଙ୍କୁ ସ୍ୱାମୀ ଅରବାଜଙ୍କ କଥା ମାନେପଡୁଥିବା ଚର୍ଚ୍ଚା ହେଉଛି । ପୁଅ ଜରିଆରେ ମାଲାଇକା ଅରବାଜଙ୍କ ନିକଟତର ହେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.