Latest Odisha News

BREAKING NEWS

ମୋରମ ଖୋଳିବା ବେଳେ ଅଘଟଣ; ଜଣେ ମୃତ, ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଚାଲିଛି ଖୋଜାଖୋଜି

କୋରାପୁଟ: ମାଟି ଅତଡ଼ା ଧସି ଚାପିହୋଇ ରହିଛନ୍ତି ୨ ମହିଳା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି କୋରାପୁଟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

ଖବର ମୁତାବକ, କୋଲାବ ଡ୍ୟାମ୍‌ ମଙ୍ଗଳା ମନ୍ଦିର ନିକଟରେ ଆଜି ମୋରମ ଖୋଳିବା ବେଳେ ମାଟି ଅତଡ଼ା ଧସିଥିଲା । ତେବେ ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.