Latest Odisha News

BREAKING NEWS

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

କଟକ: ସିଡିଏ ସେକ୍ଟର ୧୦ରେ ସ୍ୱରେଜ୍ କାମ ବେଳେ ଅଘଟଣ । ଆଜି ତିନି ଜଣ ଶ୍ରମିକ ସ୍ୱେରେଜ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡିଛି । ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତିି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ କାମ କରୁଥିବା ବେଳେ ପ୍ରଥମେ ଜଣେ ଗୁରୁତର ହୋଇପଡିଥିଲେ । ତାଙ୍କୁ ସ୍ୱେରେଜରୁ ବାହାର କରି ବାହାରକୁ ଅଣାଯାଇଥିଲା । ସେତେବେଳକୁ ଅନ୍ୟ ଦୁଇଜଣ ମଧ୍ୟ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ଡାକ୍ତର ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି ।

ପୋଲିସ ଘଟଣା ସ୍ଥଳରେ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.