Latest Odisha News

BREAKING NEWS

ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ

ବାରିପଦା : ବାରିପଦା ଟାଉନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ । ଏଥିସହ ମଦ ତିଆରିରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଜବତ କରିଛି ମୟୂରଭଞ୍ଜ ଅବକାରୀ ବିଭାଗ । ଘଟଣାରେ ସନ୍ତୋଷ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସ୍ପେଶାଲ ସ୍କ୍ବାଡ ।

ସୂଚନା ଅନୁସାରେ, ବାରିପଦା ଟାଉନ ୨୮ ନମ୍ବର ଓ୍ବାର୍ଡ ବାଗଡିହା ଅଞ୍ଚଳର ଏକ ଘରେ ନକଲି ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାଡ ଅତର୍କିତ ଭାବେ ଏଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ନକଲି ବିଦେଶୀ ମଦ ସହ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବୋତଲ, ଠିପି, ଷ୍ଟିକର, ସ୍ପିରିଟ୍ ଇତ୍ୟାଦି ସାମଗ୍ରୀ ଜବତ ହୋଇଥିଲା । ଜବତ ହୋଇଥିବା ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଅଧିକ ହେବ । ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଅବକାରୀ ବିଭାଗ ।

Leave A Reply

Your email address will not be published.