Latest Odisha News

BREAKING NEWS

ଭାଇଙ୍କ ଦଶାହ କର୍ମକୁ ଆସି ସଲିଳ ସମାଧି ନେଲେ ୨ ଯୁବକ

ଜଗତସିଂହପୁର:ଭାଇଙ୍କ ଦଶାହ କାମରେ ଯୋଗ ଦେବାକୁ ଆସିଥିଲେ । ହେଲେ ଦଶାହ ତୁଠାରୁ ଆଉ ଫେରିଲେନି । ସବୁଦିନ ପାଇଁ ଚାଲିଗଲେ । ସେଇ ଦଶ ତୁଠରେ ପଡିଗଲା କାନ୍ଦ ବୋବାଳି । ଶୁଦ୍ଧି ହେବାକୁ ଆସି ଦେବୀ ନଦୀରେ ଜୀବନ ହାରିଲେ ଦୁଇ ଭାଇ । ଏମିତି ଦୁଃଖଦ ଘଟଣା ଘଟିଛି   ଜଗତସିଂହପୁର ଜିଲ୍ଲା ବାରେଡ଼ିଆ ଗାଁରେ  ।

ବାରେଡ଼ିଆ ଗାଁର ସତ୍ୟ ନାରାୟଣ ପାଲ । ଯବାନ ଭାବେ କାମ କରନ୍ତି । ଛୁଟିରେ ବୁଲିବାକୁ ଗାଁକୁ ଆସିଥିଲେ । ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ ।  ପୁଅକୁ ହରାଇ ଘରେ ଖେଳି ଯାଇଥିଲା ଶୋକର ଲହରି । ଆଜି ସତ୍ୟନାରାୟଣଙ୍କର ଥିଲା ଦଶାହ କର୍ମ  । ରୀତିନୀତି ଅନୁସାରେ କାମ ଚାଲିଥିଲା। ଦେବୀ ନଦୀରେ ଦଶତୁଠ କର୍ମ ପାଇଁ  ସଂପର୍କୀୟମାନେ ଉପସ୍ଥିତ ଥିଲେ।

ପରମ୍ପରା ଅନୁସାରେ, ଦେବୀ ନଦୀରେ ଗାଧୋଉଥିଲେ ସମ୍ପର୍କୀୟମାନେ । ଏହି ସମୟରେ ଅସାବଧାନତା ଯୋଗୁ  ସତ୍ୟନାରାୟଣଙ୍କ ରିଙ୍କୁ ପାଲ୍‌(୩୨ ବର୍ଷ) ଓ ସ୍ୱଦେଶ ପାଲ୍‌(୨୨ ବର୍ଷ )ଙ୍କ ସମେତ ୩ ସମ୍ପର୍କୀୟ ଭାଇ  ନଦୀ ସ୍ରୋତରେ ଭାସି ଯାଇଥିଲେ ।    ଏହାଦେଖି ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲେ । ତିନି ଜଣଙ୍କୁ ଉଦ୍ଧାର କରିଥିଲେ ହେଁ ରିଙ୍କୁ  ଓ ସ୍ୱଦେଶଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତେବେ ଅନ୍ୟଜଣଙ୍କ ଅବସ୍ଥା ଭଲ ଥିଲା ।

ଉଭୟଙ୍କୁ ଅଡ଼ଶପୁର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.