Latest Odisha News

BREAKING NEWS

ଆମେରିକା, ଇସ୍ରାଏଲକୁ ଚେତାଇଲା ଇରାନ

ଜେରୁଜେଲମ: ଇସ୍ରାଏଲ ଆକ୍ରମଣରେ ହମାସ ଆତଙ୍କବାଦୀ ଧିରେ ଧିରେ ଦୁର୍ବଳ ହେଉଛନ୍ତି । ଫଳରେ ପାଲେଷ୍ଟାଇନ ତଥା ହମାସ ସମର୍ଥକ ବ୍ୟତୀବ୍ୟସ୍ତ ହେବା ଆରମ୍ଭ ହୋଇଛି । ଗାଜା ଉପରେ ଇସ୍ରାଏଲ ଘନ ଘନ ମିସାଇଲ ମାଡ କରିବା ସହ ଲେବାନନର ହିଜବୁଲ୍ଲାଙ୍କୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଗସ୍ତରେ ଆସିବେ ବୋଲି ଖବର ପ୍ରକାଶ ପାଇଛି । ଏହା ଦେଖି ଇରାନ କ୍ରୋଧାନ୍ୱିତ ହୋଇ ପଡିଛି । ପାଲେଷ୍ଟାଇନ ସପକ୍ଷରେ ବାହାରି ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଏବଂ ପରୋକ୍ଷରେ ଆମେରିକାକୁ ଧମକ ଦେଇଛି । ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମନେଇ କହିଛନ୍ତି ଇସ୍ରାଏଲ ଆକ୍ରମଣ କରିବା ବନ୍ଦ କରୁ । ମୁସଲମାନଙ୍କ ଶକ୍ତିକୁ ସେ ବେଶୀ ଦିନ ଅଟକାଇ ରଖି ପାରିବ ନାହିଁ । ଏବେ ବି ସମୟ ଅଛି ବୋଲି ସେ କହିଛନ୍ତି ।

BjdElectrycity

ବର୍ତମାନ ଇରାନ ଯୋଗୁ ଇସ୍ରାଏଲର ପଡୋଶୀ ଶତ୍ରୁ ଦେଶଗୁଡିକ ସାହସ ପାଇଛନ୍ତି । ଗାଜା ନିକଟରେ ଇସ୍ରାଏଲ ସୈନ୍ୟ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୀମା ଅତିକ୍ରମ କରି ନାହାନ୍ତି । ଗାଜାରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ, ବିଦ୍ୟୁତ ଏବଂ ପାଣି ସରିବାରେ ଲାଗିଛି । ଇସ୍ରାଏଲ ଏକ ଜିଦ ଧରିଛି ହମାସ ମୂଳପୋଛ ନ କରିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରୀ ରହିବ ।

Leave A Reply

Your email address will not be published.