Latest Odisha News

BREAKING NEWS

ଜଳପ୍ରପାତରେ ବୁଡ଼ି ୨ ଯୁବକ ମୃତ

ମାଲକାନଗିରି: ସେଲ୍ଫି ନେବା ବେଳେ ଜଳ ପ୍ରପାତରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ୨ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଚାଲିଛି ରଜ ମହୋତ୍ସବ । ଚାରିଆଡେ ଉତ୍ସବ ମୁଖର ପରିବେଶ । ରଜ ପାଇଁ ଭୋଜି କରିବାକୁ ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତକୁ ଯାଇଥିଲେ କିଛି ଯୁବକ । ବୁଲାବୁଲି କରୁଥିବା ବେଳେ ଜଳପ୍ରପାତ ପାଖରେ ଥିବା ଏକ ପଥର ଉପରେ ସେଲଫି ଉଠାଉଥିଲେ କିଛି ଯୁବକ । ତେବେ ଅସାବଧାନତା କାରଣରୁ ୨ଜଣଙ୍କ ଗୋଡ ଖସିଯାଇଥିଲା । ଦୁହେଁ ଜଳପ୍ରପାତ ଭିତରେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିଥିଲେ । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.