Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଭାରସ୍ୟାମ ହରାଇ ଓଲଟିଲା ଯାତ୍ରାପାର୍ଟି ବସ୍, ୧୩ ଯାତ୍ରା କଳାକାର ଗୁରୁତର

ଢେଙ୍କାନାଳ  :  ମଦୁଆ ଡ୍ରାଇଭର ଓଲଟାଇ ଦେଲା ଯାତ୍ରାପାର୍ଟି ବସ । ଏହି ଦୁର୍ଘଟଣା ଫଳରେ ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗଡ଼ପଳାଶୁଣି ରାସ୍ତାର ଜରଡ଼ା ଘାଟି ନିକଟରେ ଓଲଟିଲା ଯାତ୍ରାପାର୍ଟି ବସ ଜଗଦମ୍ବା । ୧୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ବସରେ ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିଲେ । ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ ୩ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା ।

ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଓ ଆହତ ଯାତ୍ରା କଳାକାରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମ୍ବଲପୁରର ଜଗଦମ୍ବା ଅପେରା ଢେଙ୍କାନାଳ ଏବଂ ଏହାର ଆଖ ପାଖ ଅଂଚଳରେ କିଛି ବର୍ଷ ହେବ ଯାତ୍ରା ପରିବେଷଣ କରି ଆସୁଥିଲା । ଆଜି ଦେବଗଡ଼ ଅଂଚଳକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।

Leave A Reply

Your email address will not be published.