Latest Odisha News

BREAKING NEWS

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।

ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ ଏମିତି ବଡ଼ ନେତାଙ୍କ ଦୈନନ୍ଦିନ ଜୀବନ କି ସେମାନଙ୍କ ସ୍ପେଶାଲ ଇଭେଣ୍ଟ କେବେ ପଦାକୁ ଆସେନି । ସବୁ ଗୁମର ହୋଇ ରୁହେ । ସେଇ ମର୍ମରେ ରାହୁଲ ଗାନ୍ଧୀଙ୍କ ପାର୍ଟି ଭିଡିଓ ରିଲିଜ୍ କରି ବିଜେପି ଶୀତଳ ସମାଲୋଚନା କରିବାକୁ ଚାହୁଁଥିଲା । ହେଲେ ତାହା ବିଶେଷ କାମ କଲାନି ।

କିନ୍ତୁ ବିଜେପି ଉଦ୍ୟମ ଜାରି ରଖିଛି । ଗୁରୁବାର ପୁଣି ଖୋଜି କାଢ଼ିଛି ଆଉ ଏକ ଭିଡିଓ । ମହାରାଷ୍ଟ୍ର ପ୍ରଦେଶ ଯୁବ କଂଗ୍ରେସର ବୈଠକ ପରେ ସଂଧ୍ୟାରେ ନାଚଗୀତ କାର୍ଯ୍ୟକ୍ରମର ଭିଡିଓ ସେୟାର କରିଛି ବିଜେପି ।

ବିଜେପି ମୁଖପାତ୍ର ଶେହଜାଦ୍ ପୁନାୱାଲା ଏହି ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ରାହୁଲ ନେପାଳରେ ପାର୍ଟି କରୁଥିବା ବେଳେ କନିଷ୍ଠ ମାନେ ଟ୍ରେନିଂ କ୍ୟାମ୍ପ ରେ ପାର୍ଟି କରୁଛନ୍ତି ।

‘ଯେମିତି ରାଜା କୁ ସେମିତି ପ୍ରଜା’ ଏହା ସହ କଂଗ୍ରେସକୁ ତାତ୍ସଲ୍ୟ କରି ସେ ଲେଖିଛନ୍ତି ଯେ, ଆଇଏନସି- ‘ଆଇ ନିଡ୍ ସେଲିବ୍ରେସନ୍ ଆଣ୍ଡ୍ ପାର୍ଟି’ ।

Leave A Reply

Your email address will not be published.