Latest Odisha News

BREAKING NEWS

୨୦ ଫୁଟ୍ ଲମ୍ବ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର: ବିରାଟକାୟ ସାର୍କ ଜବତ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ଏହାର ଓଜନ ୮ କିଣ୍ଟାଲ୍ ହେବ । ସମୁଦ୍ର ବାଲିରେ ସାର୍କର ମୃତଦେହ ଅଧା ପୋତି ହୋଇ ରହିଥିଲା । ସ୍ଥାନୀୟ ଲୋକ ଦେଖି ବାଲିକୁ ଖୋଳିଥିଲେ ।

ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ମୃତ ସାର୍କକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ତାର କେମିତି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣା ପଡ଼ିବ ସାର୍କ ମୃତ୍ୟୁର କାରଣ । ୨୦ ଫୁଟର ବିରଳ ସାର୍କକୁ ଦେଖିବା ପାଇଁ ସମୁଦ୍ର ମୁହାଣରେ ଲୋକଙ୍କର ଭିଡ଼ ଜମିଥିଲା ।

Leave A Reply

Your email address will not be published.