Latest Odisha News

BREAKING NEWS

କେନ୍ଦ୍ରର ଯୋଜନାକୁ ସୁପ୍ରିମକୋର୍ଟଙ୍କ ଅନୁମତି: କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୩୦ ଦିନରେ ମିଳିବ ଟଙ୍କା

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନେଇ କେନ୍ଦ୍ରର ଯୋଜନାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି।

କୋଭିଡ-୧୯ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଏମଆର ଶାହା ସୋମବାର ଶୁଣାଣି ସମୟରେ କହିଛନ୍ତି ଯେ ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ। କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକେ ୫୦ ହଜାର ଟଙ୍କାର କ୍ଷତିପୂରଣ ପାଇବେ।

“କୌଣସି ରାଜ୍ୟ ମୃତ୍ୟୁ ପ୍ରମାଣପତ୍ରର ଆଳ ଦେଖାଇ କାହାକୁ ବି ୫୦ ହଜାର ଟଙ୍କା ଦେବାକୁ ମନା କରିପାରିବେ ନାହିଁ। ମୃତ୍ୟୁର କାରଣ ରହୁଥିବା ତ୍ରୁଟି ସୁଧାରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା କରିବେ।

ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ଏହି ଦେୟ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି। ଆବେଦନ କରିବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.