Latest Odisha News

BREAKING NEWS

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା;ଆସନ୍ତାକାଲି ମୁଣ୍ଡଳିରେ ଏତିକି କ୍ୟୁସେକ୍ ଜଳ ହେବ ପ୍ରବାହିତ…

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍ ଖୋଲିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଆଉ ୪ଟି ଗେଟ୍‌ ଖୋଲିଛି । ମୋଟ୍‌ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

୩ ଲକ୍ଷ ୬୦ ଜଳ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି ଯେ ତଳମୁଣ୍ଡରେ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ଏଥିସହ କହିଛନ୍ତି, ଶୁକ୍ରବାର ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଫଳରେ ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ସୃଷ୍ଟି ହେବ ନାହିଁ । ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ। ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ଥିବା ଜଳ ଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ।

Comments are closed.