Latest Odisha News

୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ବିପୁଳ ପରିମାଣର ସୁନା ଜବତ କରିଛି ଜିଏସଟି ଟିମ୍‌‌ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଖବର ମୁତାବକ, କାଲି ମଧ୍ୟ ରାତ୍ରରେ ଏକ ଲଜିଷ୍ଟିକ୍ ଗାଡ଼ି କୋଲକତାରୁ ଜଳେଶ୍ୱର ଦେଇ ବାରିପଦା ସହରରେ ପହଞ୍ଚିଥିଲା । ଉକ୍ତ ଗାଡିରେ ବିପୁଳ ପରିମାଣର ସୁନା ଥିବା ନେଇ ଜିଏସ୍‌ଟି ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଏମକେସି ହାଇସ୍କୁଲ ଛକ ନିକଟରେ ଜଗି ରହିଥିଲେ ।

ଏହାପରେ ଗାଡିଟି ଘଟଣାସ୍ଖଳରେ ପହଞ୍ଚିବା ପରେ ଅଟକ ରଖି ଯାଞ୍ଚ କରିବା ସମୟରେ ଉକ୍ତ ଗାଡିରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ବ କେଜି ସୁନା ଥିବା ଦେଖିବାକୁ ପାଇଥିଲେ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ଜିଏସଟି ଟିମ୍‌‌ ।

Leave A Reply

Your email address will not be published.