Latest Odisha News

ଆଫଗାନିସ୍ତାନର ଡାକ୍ତରଖାନାରେ ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର କ୍ୱାଲତଠାରେ ଥିବା ଏକ ଡାକ୍ତରଖାନା ବାହାରେ ଗୁରୁବାର ଦିନ ଏକ ଶକ୍ତିଶାଳୀ ସୁଇସାଇଡ ବମ ଟ୍ରକ ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣ ପ୍ରାଣ ହରାଇଥିବା ବେଳେ ୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

BjdElectrycity

ପ୍ରାପ୍ତ ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଆହତ ମାନଙ୍କୁ କନ୍ଧାର ନକଟସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ଆତ୍ମଘାତୀ ଆକ୍ରମଣରେ ଡାକ୍ତରଖାନଟିର ଏକ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ତାଲିବାନ ଏହାର ସମ୍ପୂର୍ଣ୍ଣ ଦୋଷ ନିଜ ମୁଣ୍ଡ ଉପରକୁ ନେଇଥିବା ଜଣାପଡିଛି ।

Leave A Reply

Your email address will not be published.