Latest Odisha News

ବାଲେଶ୍ୱରରେ ଏଟିଏମ୍ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବାଲେଶ୍ବର ସୋର ଥାନା ଅଞ୍ଚଳରେ ଗ୍ୟାସ କଟରରେ କାଟି ଏଟିଏମ ଲୁଟି ନେଲେ ଦୁର୍ବୁତ୍ତ । ଏଟିଏମରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

BjdElectrycity

ଖବରମୁତାବକ, ସୋର ଥାନା ଅନ୍ତର୍ଗତ ବାହାନଗା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ରୁ ଗତକାଲି (ରବିବାର) ବିଳମ୍ବିତ ରାତିରେ ଦୁଇ ଜଣ ଲୁଟେରା ଏଟିଏମ ଭିତରେ ପଶିଥିଲେ । ସାଙ୍ଗରେ ଆଣିଥିବା ଗ୍ୟାସ କଟର ମାଧ୍ୟମରେ ଏଟିଏମ୍‌ ମେସିନ୍‌କୁ କାଟିଥିଲେ । ଏହାପରେ ଏଟିଏମ୍ ରେ ଥିବା ଟଙ୍କା ଗୁଡିକୁ କାଢି ନେଇଥିଲେ । ଏହାପରେ ଏଟିଏମ୍‌ ଶର୍ଟର ପକାଇ ଚାଲି ଯାଇଥିଲେ ।

ଆଜି ସକାଳେ ସ୍ଥାନୀୟ ଲୋକେ ଏ ବାବଦରେ ଜାଣିବା ପରେ ସୋର ପୁଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବା ପରେ ପ୍ରାଥମିକ ତଦନ୍ତରେ ଏଟିଏମ ଭିତରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ଚୋରିର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାପରେ ଚୋରଙ୍କୁ ଧରିବା ନେଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.