Latest Odisha News

କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ନୌକା ଚାଳନା ପ୍ରତିଯୋଗିତା, ଭାଗ ନେଲେ ୭୦ ପ୍ରତିଯୋଗୀ

ସୁବର୍ଣ୍ଣପୁର: ମହାନଦୀର ତେନ୍ତୁଳି ଘାଟରେ ଆଜକୁ ୬୦ବର୍ଷ ଧରି ଆୟୋଜିତ ହୋଇ ଆସୁଛି ନୌକା ଚାଳନା ପ୍ରତିଯୋଗୀତା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିର ଅପରାହ୍ନରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନର ନାବିକମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ସହରର ଭଗବତ ପାଠାଗାର ପକ୍ଷରୁ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ହେଉଛି ଏକ ନିଆରା ଉଦ୍ୟମ।

ଏହି ନୌକା ଚାଳନା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ନାବିକ ମାନଙ୍କର ପ୍ରତିଭା ବିକାଶ କରିବା ସହିତ ମହାନଦୀର ବିକାଶ ପାଇଁ ଉଦ୍ୟମ କରି ଆସୁଥିବା ଭଗବତ ପାଠାଗାର କୃତି ନାବିକମାନଙ୍କୁ ପୁରଷ୍କୃତ ମଧ୍ୟ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅବକାରୀ ଅରକ୍ଷୀ ଅଧିକ୍ଷୀକା ସୁମତୀ ତ୍ରୀପାଠି, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଓପିଡିସି ଅଧକ୍ଷ ଅଭିମନ୍ୟୁ କୁଶଲ, ପୂର୍ବତନ ସୋନପୁର ନଗରପାଳ ପ୍ରକାସ ସାହୁ ପ୍ରମୁଖ ଯୋଗ ଦେଇ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଥିଲେ।

Leave A Reply

Your email address will not be published.