Latest Odisha News

BREAKING NEWS

କେନ୍ଦୁଘାଟିରେ ଦୁର୍ଘଟଣା, ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଭୟଙ୍କର ଦୁର୍ଘଟଣା। ୨୦ ଫୁଟ ତଳକୁ ଓଲଟିଲା ଯାତ୍ରୀବାହି ବସ। ମାଲକାନଗିରି-ପୁରୀ ଜଗନ୍ନାଥ ବସ ଏବଂ ପିକଅପ୍ ଦୁର୍ଘଟଣା ଘଟିଛି। ପଛରୁ ଧକ୍କା ଦେଇଥିବା ବସ୍‌ର ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି।

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀ ବାହି ବସ। ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ବସ୍‌ ମାଧ୍ୟମରେ ନିଜର ଗନ୍ତ୍ୟବ ସ୍ଥଳକୁ ଯାଇଥିଲେ। ଏହି ସମୟରେ ମହାକାଳ ନାମକ ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲିକାନଗିରି ଅଭିମୁଖେ ଆସୁଥିଲା। ରାମଗଡ଼ ଘାଟିରେ ବସ୍‌ଟି ପ୍ରଥମେ ରାସ୍ତାକଡ଼କୁ ଖସିଯାଇଥିବା ଜଗନ୍ନାଥ ବସ୍‌କୁ ଧକ୍କା ଦେଇଥିଲା। ପରେ ଏକ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ରାମଗଡ଼ ଘାଟିର ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Leave A Reply

Your email address will not be published.