Latest Odisha News

BREAKING NEWS

ୟାଟସ ବିଜେତାଙ୍କ ଇସ୍ରୋ ପରିଦର୍ଶନ, ୩୦ଟି ଜିଲ୍ଲାର ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧୀନରେ ପରିଚାଳିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଆୟୋଜିତ ଟାଟା ଷ୍ଟିଲର ୟାଟ୍‌ସ ୨୦୨୩ର ବିଜେତାମାନେ ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଂଟର ପରିଦର୍ଶନ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ରୁ ଅଧିକ ସ୍କୁଲରୁ ଚୟନ ହୋଇଥିବା ୨୦ ଜଣ ବିଜେତା ଏସଏସି ଏବଂ ଅହମଦାବାଦ ସାଇନ୍ସ ସିଟି ପରିଦର୍ଶନ କରିବେ ।

୨୦୨୩ ଡିସେମ୍ବର ୧୩ ରେ ପିଏସପିରେ ଅନୁଷ୍ଠିତ ୟାଟସର ଗ୍ରାଣ୍ଡ ଫାଇନାଲରୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଏସଏସି ଲ୍ୟାବର ଅନୁସନ୍ଧାନ କରିବେ ଏବଂ ଏହାର ନିର୍ଦ୍ଦେଶକ ଏବଂ ଏସଏସିର ଅନ୍ୟ ଅଗ୍ରଣୀ ମହାକାଶ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ । ପଠାଣି ସାମନ୍ତ ପ୍ଲାନେଟୋରିୟମ, ଟାଟା ଷ୍ଟିଲର ଅଧିକାରୀ ଓ ସେମାନଙ୍କ ମାର୍ଗଦର୍ଶକ ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନେ ସାଇନ୍ସ ସିଟି ପରିଦର୍ଶନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ଅନୁସନ୍ଧାନ କରିବେ । ପଠାଣି ସାମନ୍ତ ପ୍ଲାନେଟୋରିୟମ ସହଯୋଗରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।

ଚଳିତ ବର୍ଷର ବିଷୟବସ୍ତୁ ‘ଦ ମୁନ୍ ବେସ୍ – ଫ୍ୟୁଚର ଲଂଚପ୍ୟାଡ୍ ଫର୍ ସ୍ପେସ୍‌’ ଅଂଶଗ୍ରହଣକାରୀଙ୍କ ଚିନ୍ତନକୁ ଆକର୍ଷିତ କରିଛି ଏବଂ ମହାଜାଗତିକ ସମ୍ଭାବନାର ପାଇଁ ଅନୁସନ୍ଧାନ ପ୍ରତିଶ୍ରୁତି ଦେଇଛି । ୨୦୦୭ ମସିହାରେ ଆରମ୍ଭ ହେବା ପରଠାରୁ ୟାଟ୍‌ସ ପଠାଣି ସାମନ୍ତଙ୍କ କୃତ୍ୱିତ୍ୱକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ବିଷୟରେ ସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଦୀର୍ଘ ୧୭ ବର୍ଷ ଧରି ୟାଟ୍‌ସ ରାଜ୍ୟର ୩,୫୦,୦୦୦ରୁ ଅଧିକ ଯୁବ ବିଜ୍ଞାନପ୍ରେମୀଙ୍କୁ ଜ୍ଞାନ ଆହରଣ ପାଇଁ ଉତ୍ସାହିତ କରିଛି ଏବଂ ୧୭ତମ ସଂସ୍କରଣ ସମେତ ୨୦୦ ଜଣ ଛାତ୍ରଛାତ୍ରୀ ଇସ୍ରୋର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ।

 

 

 

 

Leave A Reply

Your email address will not be published.