ନୂଆଦିଲ୍ଲୀ: ୬୮ ହଜାର ୮୨୫ କୋଟି ଟଙ୍କା ଖୋଲା ବଜାରରୁ ଋଣ କରିପାରିବେ ୨୦ଟି ରାଜ୍ୟ । ଏନେଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଜିଏସ୍ଟି ରେଭିନ୍ୟୁ ସର୍ଟଫଲ୍ ମେଣ୍ଟାଇବା ପାଇଁ ଋଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର । ଏହି ୨୦ଟି ରାଜ୍ୟ ଭିତରେ ଓଡ଼ିଶା ବି ରହିଛି ।
ଜିଏସଟି କାର୍ଯ୍ୟକାରିତା ଯୋଗୁ ଦେଖାଦେଇଥିବା ପୁଞ୍ଜି ଅଭାବ ଦୂର କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଦିଆଯାଇଥିଲା ଦୁଇଟି ବିକଳ୍ପ । ଏଥିରୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ଗ୍ରସ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା GSDPର ୦.୫୦ ପ୍ରତିଶତ ଅତିରିକ୍ତ ଋଣ ପାଇଁ ଅନୁମତି ମିଳିଛି ।
୨୦ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପ୍ରଥମ ବିକଳ୍ପ ଚୟନ କରିଥିଲେ । ଆଠଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି ।
Comments are closed.