Latest Odisha News

BREAKING NEWS

ଓଲଟିଲା ଯାତ୍ରୀବାହୀ ବସ୍‌, ୫ ଆହତ

ବାଲେଶ୍ୱର: ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଧାନ ବିଲକୁ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୫ ଯାତ୍ରୀଙ୍କୁ ମେଡିକାଲ‌ରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।

ବସ୍‌ଟି କଷାଫଳ ମୁହାଣରୁ ବାଲେଶ୍ୱର ଆସୁଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଡିଗିରିବାହୀ ଛକ ନିକଟରେ ବସ୍‌ଟି ଓଲଟି ପଡ଼ିଛି। ବସ୍‌ରେ ୨୦ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.