Latest Odisha News

BREAKING NEWS

ସ୍ଥିତି ଗମ୍ଭୀର: ଲେବାନନ ସୀମା ନିକଟରେ ୨୦୦୦୦ ସୈନିକ ନିୟୋଜିତ କଲା ଇସ୍ରାଏଲ

ନୂଆଦିଲ୍ଲୀ: ସେପ୍ଟମ୍ବର ୧୭ରେ ଲେବାନନରେ ସିରିୟଲ ପେଜର ବ୍ଲାଷ୍ଟ ଘଟିଥିଲା । ଏଥିରେ ହିଜବୁଲ୍ଲାର ଅନେକ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ୪୦୦୦ରୁ ଊର୍ଦ୍ଧ୍ୱ ଆଘାତପ୍ରାପ୍ତ ହୋଇଛନ୍ତି । ଏହି ଘଟଣା ପାଇଁ ଲେବାନନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଏପରିକି ଇସ୍ରାଏଲ ଉପରେ ବଡ ଧରଣର ଆକ୍ରମଣ କରାଯିବ ବୋଲି ଲେବାନନ ପକ୍ଷରୁ ଧମକ ଦିଆଯାଇଛି । ଜବାବରେ ବୁଧବାର ଇସ୍ରାଏଲ ଲେବାନନ ସୀମା ନିକଟରେ ୨୦୦୦୦ରୁ ଊର୍ଦ୍ଧ୍ୱ ସୈନିକ ନିୟୋଜିତ କରିଛି । ଫଳରେ ଏକ ବଡ ଧରଣର ସଂଘର୍ଷ ହେବ ବୋଲି ଆଶଙ୍କା କରାଯାଉଛି ।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ବରିଷ୍ଠ ସୈନ୍ୟ କମାଣ୍ଡରଙ୍କ ସହ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସୁରକ୍ଷା ବଳୟକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲେବାନନାରେ ପେଜର ବିସ୍ଫୋରଣ ସାଧାରଣ ନାଗରିକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଇସ୍ରାଏଲ ଏବେ ଏକ ସଙ୍ଗରେ ହମାସ, ଇରାନ ଏବଂ ହିଜବୁଲ୍ଲାହ ସହ ମୁହାଁମୁହିଁ ହୋଇଛି ।

Leave A Reply

Your email address will not be published.