Kal Ho Na Ho@20: ୨୦ ବର୍ଷ ପୂର୍ତ୍ତି ଅବସରରେ ୟସ୍ ଜୋହରଙ୍କୁ ମନେ ପକେଇଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା
୨୦@କାଲ୍ ହୋ ନା ହୋ: 'କାଲ୍ ହୋ ନା' ବ୍ୟତୀତ ପ୍ରୀତି ଜିଣ୍ଟା 'ବିର୍ ଜାରା', 'କୋଇ ମିଲ୍ ଗୟା' ପରି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି | ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଭୈୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା |
ମୁମ୍ବାଇ: ଶାହାରୁଖ ଖାନ , ପ୍ରୀତି ଜିଣ୍ଟା ଏବଂ ସୈଫଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘କଲ ହୋ ନା ହୋ’କୁ ପୁରିଛି ୨୦ ବର୍ଷ | ଏହି ଚଳଚ୍ଚିତ୍ରଟି ୨୮ ନଭେମ୍ବର ୨୦୦୩ ରେ ମୁକ୍ତିଲାଭ କରିଥିଲା | ଏହା ଏକ ଇମୋସନାଲ ଡ୍ରାମା ଫିଲ୍ମ ଥିଲା ଯାହାକୁ ଦେଖି ହଜାର ହଜାର ସିନେପ୍ରେମୀଙ୍କ ଆଖିରେ ଲୁହ ଆସିଯାଇଥିଲା । ଚଳଚ୍ଚିତ୍ରର ୨୦ ବର୍ଷ ପୂର୍ତ୍ତି ଅବସରରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଚଳଚ୍ଚିତ୍ରର ନିର୍ମାତା ୟଶ ଜୋହରଙ୍କୁ ମନେ ପକାଇ ଏହି ଚଳଚ୍ଚିତ୍ରର କିଛି କ୍ଲିପ୍ ସେୟାର କରିଛନ୍ତି |
ଆପଣଙ୍କୁ କହି ରଖୁଛୁ ଯେ, ‘କଲ ହୋ ନା ହୋ’ ସ୍ୱର୍ଗତ ୟଶ ଜୋହରଙ୍କ ଶେଷ ଚଳଚ୍ଚିତ୍ର ଥିଲା । ଚଳଚ୍ଚିତ୍ର ନିର୍ମାଣ ଜଗତରେ ଏକ ସୁନାମ ଧନ୍ୟ ନିର୍ଦ୍ଦେଶକ ଥିଲେ । ସେ ୨୦୦୪ ମସିହାରେ ମୃତ୍ୟୁବରଣ କରିଥିଲେ। ଏପରି ଲାଗୁଛି ଯେପରି ଏହି ଚଳଚ୍ଚିତ୍ର ହେତୁ ପ୍ରୀତି ଜିଣ୍ଟା ଏବଂ ୟଶ ଜୋହରଙ୍କ ମଧ୍ୟରେ ଏକ ଭାବପ୍ରବଣତା ପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଅଭିନେତ୍ରୀ ସ୍ୱର୍ଗତ ଚଳଚ୍ଚିତ୍ର ନିର୍ମାତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି |
ପ୍ରୀତି ଜିଣ୍ଟା ତାଙ୍କ ଇନଷ୍ଟାଗ୍ରାମରେ ‘କଲ ହୋ ନା ହୋ’ର ଟାଇଟଲ ଗୀତ ସହିତ ଫିଲ୍ମର ଏକ କ୍ଲିପ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି – ‘ସେହି ସ୍ମୃତିଗୁଡ଼ିକୁ କେହି ବଦଳାଇ ପାରିବେ ନାହିଁ ଏବଂ ଏହି ଅବିଶ୍ୱସନୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ମୁଁ ୟଶ ଅଙ୍କଲଙ୍କୁ ସର୍ବଦା ଧନ୍ୟବାଦ ଦେବି | ସେ ଶେଷ ଥର ପାଇଁ ସେଟରେ ଥିଲେ। ତୁମ ପରି କେହି ନି ହେବେ ନାହିଁ ୟଶ ଅଙ୍କଲ । ତୁମେ ଏହି ଦୁନିଆରୁ ଯିବା ବେଳେ ମୋ ହୃଦୟର ଏକ ଅଂଶ ସତେ ଯେପରି ନେଇ ଚାଲିଗଲ । ଏହି ଚଳଚ୍ଚିତ୍ର ମୋତେ ସବୁବେଳେ ତୁମକୁ ମନେ ପକାଇବ | ତୁମକୁ ମୋର ହୃଦୟରୁ ଧନ୍ୟବାଦ | ମୁଁ ତୁମକୁ ସବୁବେଳେ ଏମିତି ଭଲ ପାଇବି |
ସୂଚନାଯୋଗ୍ୟ ଯେ, ‘କଲ ହୋ ନା ହୋ’ ବ୍ୟତୀତ ପ୍ରୀତି ଜିଣ୍ଟା ‘ବିର ଜାରା’, ‘କୋଇ ମିଲ ଗୟା’, ‘ଚୋରୀ ଚୋରୀ ଚୁପକେ ଚୁପକେ’, ‘ସଲାମ ନମସ୍ତେ’, ‘ ହର ଦିଲ ଜୋ ପ୍ୟାର କରଗା ‘, ‘ କଭି ଅଲଭିଦା ନା କେହନା ‘ପରି ଅନେକ ହିଟ୍ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୧୮ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଭୈୟାଜୀ ସୁପରହିଟ୍’ରେ ଦେଖିବାକୁ ମିଳିଥିଲା | ତେବେ ଆଜକୁ ପ୍ରାୟ ୫ବର୍ଷ ଧରି ସେ ବଡ ପରଦାରୁ ଦୂରରେ ରହି ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି |
Comments are closed.