Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କଟକ: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ ।

ସୂଚନା ମୁତାବକ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା ଲାଗି ନିଜ ମାଉସୀ ଘର ଧର୍ମଶାଳା ଅଞ୍ଚଳକୁ ଯାଇଥିଲେ।  ନାବାଳିକା ଜଣକ ସେଠି ରହିବା ସମୟରେ ଉକ୍ତ ମାସ ୨୧ ତାରିଖରେ ଅଭିଯୁକ୍ତ କରୁଣାକର କାଣ୍ଡି ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ ।

ଏହା ପରଦିନ ନାବାଳିକାଙ୍କୁ ତାଙ୍କ ମାଉସୀ ନିଶ୍ଚିନ୍ତକୋଇ ଲିସ୍ଥିତ ତାଙ୍କ ଘରେ ଛାଡ଼ି ଦେଇଯାଇଥିଲେ। ସଂପୃକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ସନ୍ଦେହ ହେବାରୁ ପରିବାର ଲୋକେ ଝିଅଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ । ଏହାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।

କଟକ ସ୍ବତନ୍ତ୍ର ପୋକ୍ସୋ କୋଟ ବିଭିନ୍ନ ପାରିପାର୍ଶିକ ପ୍ରମାଣ, ସାକ୍ଷୀ, ବୟାନ ଏବଂ ମେଡିକାଲ୍ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ୨୦ ବର୍ଷ  ଜେଲଦଣ୍ଡା ଶୁଣାଇବା ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର  କୋର୍ଟ।

Leave A Reply

Your email address will not be published.