Latest Odisha News

କୋଇଲା ଦୁର୍ନୀତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ, ଅକ୍ଟୋବର ୧୪ରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଛନ୍ତି ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ୍ ଭାରତ ପରାଶର । ପ୍ରଥମ ମନ୍ତ୍ରୀ ଭାବରେ କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଆସନ୍ତା ଅକ୍ଟୋବର ୧୪ ତାରିଖରେ ଦଣ୍ଡ ବିଧାନ ରହିଛି ।
Dillip Ray first Minister Convicted in Coal Scam
୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଆଦି ମାମଲା ରୁଜୁ ହୋଇଥିଲା ।

ଦିଲ୍ଲୀପ ରାୟଙ୍କ ସମେତ ସେତେବେଳେ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟକୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି ।

୧୯୯୯ରେ ବ୍ରହ୍ମଡିହ କୋଇଲା ବ୍ଲକରୁ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡକୁ ଅହେତୁକ ଅନୁକମ୍ପା ଦେଖାଇ ବଣ୍ଟନ କରାଯାଇଥିବା ବେଳେ ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେତେବେଳେ ପ୍ରଦୀପ କୁମାର ବାନାର୍ଜୀ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ଓ ନିତ୍ୟାନନ୍ଦ ଗୌତମ ପ୍ରକଳ୍ପ ପରାମର୍ଶଦାତା ଥିଲେ ।

Leave A Reply

Your email address will not be published.