Latest Odisha News

ଏହି ସ୍କୁଲରେ ମିଳିଲା ୨୦ କୋଟି ବର୍ଷ ପୁରୁଣା ଡାଇନୋସର ପାଦଚିହ୍ନ ..

ନୂଆଦିଲ୍ଲୀ: ଗବେଷକମାନେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଏକ ଗ୍ରାମୀଣ ବିଦ୍ୟାଳୟରେ ଡାଇନୋସର ପାଦଚିହ୍ନ ଆବିଷ୍କାର କରିଛନ୍ତି, ଯାହା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏକ ସାଧାରଣ ପଥର ଉପରେ ରହିଛି । ବିଦ୍ୟାଳୟର ପ୍ରବେଶ ପଥରେ ମିଳିଥିବା ଏହି ପଥରକୁ ନେଇ କୁଇନ୍ସଲ୍ୟାଣ୍ଡ ୟୁନିଭରସିଟିର ଜୀବାଶ୍ମ ବିଜ୍ଞାନୀ ଆନ୍ଥୋନୀ ରୋମିଲିଓ କହିଛନ୍ତି ,ବିଦ୍ୟାଳୟର ପ୍ରବେଶ ପଥରେ ମିଳିଥିବା ଏହି ପଥରରେ ୬୬ଡାଇନୋସର ପାଦଚିହ୍ନ ରହିଛି, ଯାହା ପ୍ରାୟ ଏକ ବର୍ଗ ମିଟରରେ ବିସ୍ତୃତ । ଯାହା ଜୁରାସିକ୍ ସମୟର ଝଲକ ପ୍ରଦାନ କରୁଛି । ଏହି ଆବିଷ୍କାର ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୌଣସି ଡାଇନୋସର ହାଡ ମିଳି ନାହିଁ ।

ଅଷ୍ଟ୍ରେଲିଆରେ ଡାଇନୋସର ଜୀବାଶ୍ମ ସଂଖ୍ୟା ବହୁତ ଅଧିକବୋଲି ରୋମିଲିଓ କହିଛନ୍ତି । ଏହି ପାଦଚିହ୍ନ ପ୍ରାୟ ୨୦ କୋଟି ବର୍ଷ ପୁରୁଣା । ଏହାକୁ ନେଇ ରୋମିଲିଓ କହିଛନ୍ତି ଯେ, ସମ୍ଭବତଃ ସେମାନେ ଛୋଟ ଶରୀର ଓ ଦୁଇ ଗୋଡ଼ ବିଶିଷ୍ଟ, ଉଦ୍ଭିଦ ଖାଉଥିବା ଡାଇନୋସର ଥିଲେ। ସେଥିମଧ୍ୟରୁ ଗୋଟିଏ ହେଉଛି ଅନୋମାଇପସ୍ ସ୍କାମ୍ବସ୍ ।

ଏହି ପଥର ଉପରେ ଶହେଟି ବୃତ୍ତ ରହିଛି , ଯହା ଦ୍ରୁତ ବେଗରେ ପ୍ରବାହିତ ନଦୀରେ ଥିବା ସୂଚନା ଦେଉଛି । ରୋମିଲିଓ ଏକ ଭିଡିଓରେ କହିଛନ୍ତି ଯେ, ଏହି ଜୀବଜନ୍ତୁମାନେ ପଙ୍କରୁ ଯାହା ପାଇଲେ ତାହା ଖାଉଥିଲେ । ଏକ ଜଳପଥ ଅତିକ୍ରମ କରିବା ସମୟରେ ସମ୍ଭବତଃ ଏହି ପାଦ ଚିହ୍ନ ରହିଯାଇଛି ।

ବିଲୋଏଲା ଷ୍ଟେଟ୍ ହାଇସ୍କୁଲର ଏକ କୋଣରୁ ମିଳିଥିବା ଏହି ଜୀବାଶ୍ମ ପଥରଟି ପ୍ରଥମେ ୨୦୦୨ରେ କାଲିଡ୍ କ୍ୱାରିରେ ଆବିଷ୍କୃତ ହୋଇଥିଲା ଏବଂ ଏହାକୁ ଏକ ଭୂବିଜ୍ଞାନୀଙ୍କ ଦ୍ରାରା ବିଦ୍ୟାଳୟକୁ ଦିଆଯାଇଥିଲା, ତାଙ୍କର ପତ୍ନୀ ସେହି ସମୟରେ ସେଠାରେ ଶିକ୍ଷକ ଥିଲେ। ଅବଶ୍ୟ, ରୋମିଲିଓ ଏହାକୁ ଲକ୍ଷ୍ୟ କରିବା ପୂର୍ବରୁ ଏହାର ମହତ୍ତ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଜ୍ଞାତ ରହିଥିଲା ।

ଏହି ଆବିଷ୍କାରକୁ ନେଇ ସ୍କୁଲର ଡେପୁଟି ପ୍ରିନ୍ସପାଲ କହିଛନ୍ତି ଯେ, “ଆଚମ୍ବିତ କରିଛି, ଟିକେ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଅଟେ ।” ସେ କହିଥିଲେ ଯେ, କିପରି ପଥରଟି ଦୀର୍ଘ ସମୟ ଧରି ସାର୍ବଜନୀନ ସ୍ଥାନରେ ପଡି ରହିଥିଲା ।

 

 

Comments are closed.