Latest Odisha News

BREAKING NEWS

ସୋମବାରଠୁ ଦେଶରେ ଗଡିବ ୨୦୦ ଟ୍ରେନ୍‌, କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଜୁନ୍ ୧ ରୁ ଅର୍ଥାତ ସୋମବାରଠାରୁ ଦେଶରେ ୨ଶହ ଟ୍ରେନ୍ ଗଡିବ । ପ୍ରଥମ ଦିନରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ଏବେ ସୁଦ୍ଧା ଜୁନ ୧ ରୁ ଜୁନ ୩୦ ପର୍ଯ୍ୟନ୍ତ ୨୬ ଲକ୍ଷ ଯାତ୍ରୀ ଆଗୁଆ ସିଟ୍ ରିଜରଭେସନ କରି ସାରିଛନ୍ତି। ତେବେ ରେଳ ଯାତ୍ରୀଙ୍କ ପାଇଁ କେତେକ ଗାଇଡଲାଇନ୍ ଜାରି ହୋଇଛି ।

– ଯାତ୍ରୀଙ୍କୁ ଟ୍ରେନ୍ ଛାଡିବାର ୯୦ ମିନିଟ୍ ପୂର୍ବରୁ ରେଲଓ୍ଵେ ଷ୍ଟେସନରେ ପହଞ୍ଚିବାକୁ ପଡିବ। କେବଳ ସେହି ଯାତ୍ରୀଙ୍କୁ ଷ୍ଟେନସ୍‌ରେ ପ୍ରବେଶ ଅନୁମତି ମିଳିବ ଯାହାଙ୍କ ପାଖରେ କନଫର୍ମ ପାସ୍ କିମ୍ବା ଟିକେଟ୍ ଥିବ ।

– ରେଲଓ୍ଵେ ନିୟମ ଅନୁଯାୟୀ ଷ୍ଟେସନ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ହେବ । ଯାତ୍ରୀଙ୍କଠାରେ ହାଲୁକା କରୋନା ଲକ୍ଷଣ ମିଳିଲେ ଟ୍ରେନ୍‌ରେ ଯିବାକୁ ଅନୁମତି ମିଳିବ ନାହିଁ।

– ଯାତ୍ରା କରିବା ପୂର୍ବରୁ ଏବଂ ଓହ୍ଲାଇବା ପରେ ହାତ ସାନିଟାଇଜ୍ କରିବା ଜରୁରୀ । ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ।

– କରୋନା ଲକ୍ଷଣ ନଥିବା ଯାତ୍ରୀ ହିଁ ଟ୍ରେନ୍‌ରେ ଯାତ୍ରା କରି ପାରିବେ। ଥର୍ମାଲ ସ୍କ୍ରିନିଂ ପରେ ସୁସ୍ଥ ଥିବା ଲୋକଙ୍କୁ ହିଁ ଟ୍ରେନରେ ଚଢିବାକୁ ଅନୁମତି ମିଳିବ।

– ଯାତ୍ରାର ସବୁ ସମୟରେ ସାମାଜିକ ଦୂରତା ପାଳନ କରିବା ଜରୁରୀ। ଯାତ୍ରୀଙ୍କ ଲାଗି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବା ବାଧ୍ୟତାମୂଳକ।

Leave A Reply

Your email address will not be published.