Latest Odisha News

BREAKING NEWS

ତାଇୱାନକୁ ଚୀନର ଧମକ: ମିଲିଟାରୀ ଆକ୍ସନ ଶେଷ ବିକଳ୍ପ

ବେଜିଂ: ଚୀନ ଏବେ ତାଇୱାନକୁ ଖୋଲାଖୋଲି ଭାବେ ଧମକ ଦେଇଛି । ଆବଶ୍ୟକ ପଡିଲେ ମିଲିଟାରୀ ଆକ୍ସନର ପନ୍ଥ ଗ୍ରହଣ କରାଯିବ ବୋଲି ଚୀନ ଧମକ ଦେଇଛି । ଚୀନ ସେନାର ବରିଷ୍ଠ ଜେନେରାଲ ଲି ଜୁଓଚେଙ୍ଗ କହିଛନ୍ତି କି ଆମେ ତାଇୱାନରେ ମିଲଟାରୀ ଆକ୍ସନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ମିଲଟାରୀ ଆକ୍ସନ ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ଯାହା ଫଳରେ ତାଇୱାନକୁ ସ୍ୱତନ୍ତ୍ର ହେବାରୁ ରୋକା ଯାଇହେବ ।

ଚୀନ୍ ତାଇୱାନକୁ ନିଜ ଅଂଶ ବୋଲି ମାନିଥାଏ ଏବଂ ତାଇୱାନ୍ ନିଜକୁ ଏକ ସ୍ୱତନ୍ତ୍ର ଦେଶ ରୂପେ ଦେଖିଥାଏ । ଜଏଣ୍ଟ ଷ୍ଟାଫ୍ ଡିପାର୍ଟମେଣ୍ଟର ଚିଫ୍ ତଥା ସେଣ୍ଟ୍ରାଲ୍ ମିଲଟ୍ରି କମିଶନର ମେମ୍ବର ଲି ଜୁଆଚେଙ୍ଗ ଗ୍ରେଟ୍ ହଲ୍ ଅଫ୍ ଦ ପିପଲରେ କହିଛନ୍ତି କି ଯଦି ଶାନ୍ତିପୂର୍ଣ୍ଣ ଉପାୟରେ ତାଇୱାନ୍ର ଚୀନରେ ବିଲୟର ସମ୍ଭାବନା ସମାପ୍ତ ହୋଇଯାଏ ତେବେ ସେତେବେଳେ ମିଲଟାରୀ ଆକ୍ସନ ଶେଷ ବିକଳ୍ପ ରହିବ । ଏହି କାମରେ ତାଇୱାନ୍ ଜନତା ମଧ୍ୟ ଆମକୁ ସହଯୋଗ କରିବେ ।

Leave A Reply

Your email address will not be published.