Latest Odisha News

ପିଓକେ ସୀମାରେ ୨୦୦ ଆତଙ୍କବାଦୀ ଭାରତରେ ପ୍ରବେଶ ପାଇଁ କରୁଛନ୍ତି ଉଦ୍ୟମ

ନୂଆଦିଲ୍ଲୀ: ପିଓକେରେ ସୀମାରେ ୨୦୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି । ସୀମାରେ ବିଏସଏଫ ଓ ସେନାର ଏଲଓସିରେ ପେଟ୍ରୋଲିଙ୍ଗ ବଢ଼ାଇ ଦିଆଯାଇଛି । ଆତଙ୍କବାଦୀମାନେ ନଦୀ ଏବଂ ସୁଡଙ୍ଗ ମାଧ୍ୟମରେ ସୀମା ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଏଲଇଟିର ୬୮, ଜେଇଏମ ୨୯ ଓ ଏଚଏମର ୧୬ଆତଙ୍କବାଦୀ ମରି ସାରିଛନ୍ତି । ୨ ବର୍ଷ ପରେ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାରୁ ଏଥିପ୍ରତି ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ଉଦ୍ୟମ କରୁଛନ୍ତି ।

ସବୁ ଦିଗରୁ ଅସଫଳ ହେବାରୁ ଆତଙ୍କବାଦୀ ଭୁଲ କରୁଛନ୍ତି ଏବଂ ଏହାର ଫାଇଦା ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳୁଛି । ଘାଟୀରେ ଟାର୍ଗେଟ କିଲିଂ ଷଡଯନ୍ତ୍ର ଯୋଗୁ ଅନେକ ନିରୀହ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କ କାଂଉଟର ଆଟାକରେ ଅଧିକାଂଶ ଆତଙ୍କବାଦୀଙ୍କ ଏନକାଂଉଟର ହୋଇଛି ।

Leave A Reply

Your email address will not be published.