Latest Odisha News

BREAKING NEWS

ନେପାଳକୁ ଉପହାର ଦେଲା ଭାରତ: ୭୫ ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍

ଭୁବନେଶ୍ୱର: ଭାରତ ହିମାଳୟ ପଡ଼ୋଶୀ ନେପାଳକୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଉପହାର ଦେଇଛି । ନେପାଳରେ ଅବସ୍ଥାପିତ ଭାରତୀୟ ହାଇକମିଶନ ପଡ଼ୋଶୀ ଦେଶର ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଉପହାର ସ୍ବରୂପ ୭୫ଟି ଆମ୍ବୁଲାନ୍ସ ଏବଂ ୧୭ଟି ସ୍କୁଲ ବସ୍ ଦେଇଛନ୍ତି । ଉଭୟ ଦେଶ ଭିତରେ ଥିବା ମଧୁର ସଂପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଭାରତୀୟ ହାଇକମିଶନ ନବୀନ ଶ୍ରୀବାସ୍ତବ କହିଛନ୍ତି ।

ନେପାଳ ମନ୍ତ୍ରୀ ଦେବେନ୍ଦ୍ର ପୌଡେଲଙ୍କୁ ଚାବି ହସ୍ତାନ୍ତର କରି ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି ଯେ, ଏହା ପଡ଼ୋଶୀ ଦେଶରେ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହ ଦୁଇ ଦେଶର ମଧ୍ୟରେ ଥିବା ଉନ୍ନତି ସଂପର୍କକୁ ଆହୁରି ସୁଦୃଢ଼ କରବ ।

ପୂର୍ବରୁ ୨୦୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ପାଳନ ଅବସରରେ ଭାରତ ନେପାଳକୁ ୪୧ଟି ଆମ୍ବୁଲାନ୍ସ ଏବଂ ୬ଟି ସ୍କୁଲ ବସ୍ ଉପହାର ଦେଇଥିଲା ।

କୋଭିଡ ସମୟରେ ଅସୁବିଧା ପରିସ୍ଥିତି ମୁକାବିଲା କରିବାକୁ ୨୦୨୧ ମସିହାରେ ୩୯ଟି ଭେଣ୍ଟିଲେଟର ଖଚିତ ଆମ୍ବୁଲାନ୍ସ ନେପାଳକୁ ଭାରତ ଦେଇଥିଲା । ନେପାଳ ଭାରତର ମିତ୍ର ଦେଶ ଏବଂ ବିଭିନ୍ନ ଉପାୟରେ ଭାରତ ଉପରେ ନିର୍ଭରଶୀଳ । ଉଭୟ ଦେଶ ମଧ୍ୟରେ ଯୋଗାଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ନେଇ ଅତି ଉତ୍ତମ ସଂପର୍କ ରହିଛି ।

ସ୍ୱାସ୍ଥ୍ୟ , ଶିକ୍ଷା ବ୍ୟତୀତ ଅନ୍ୟ ବିଭିନ୍ନ କ୍ଷେତ୍ରରେ ନେପାଳକୁ ଭାରତ ଅବିରତ ସାହାଯ୍ୟ କରିଆସିଛି । ‘ରୋଟି-ବେଟି’ ସଂପର୍କକୁ ଦୁଇ ଦେଶ ଭଲରେ ଯୋଡ଼ି ଆସିଛନ୍ତି ।

Leave A Reply

Your email address will not be published.