ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ, ଏଥିରେ ଅନେକ କାରଣ ଜଡିତ ଅଛି । ଯଦି ଓଭରାଲ ଚିନ୍ତା କରିବା ତାହାହେଲେ ଭାରତରେ ବିଶ୍ୱକପ ଆୟୋଜନ ନ ହେଲେ ବିସିସିଆଇ ମୋଟା ଅଙ୍କର ଲାଭ ପାଇବ । ଟ୍ୟାକ୍ସ ନ ପାଇବା ପରୋକ୍ଷରେ ଭାରତର କ୍ଷତି ହେବ । ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲେ ବୋର୍ଡକୁ ୪୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାନ୍ତ । ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ । ଯଦି ସରକାର କିଛି ଟ୍ୟାକ୍ସ ଛାଡ କରିଥାନ୍ତେ ତାହାହେଲେ ବି ଅତିକମରେ ୨୦୦ କୋଟି ମିଳିଥାନ୍ତା । ଟ୍ୟାକ୍ସ ଛାଡ ନେଇ ବିସିସିଆଇ ଓ ଭାରତ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ୨୦୧୬ ଟି୨୦ ବିଶ୍ୱକପ ଆୟୋଜନ ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି । ଆଇସିସି, ବିସିସିଆକୁ ସରକାରଙ୍କଠାରୁ ଟ୍ୟାକ୍ସ ଛାଡ କରିବା ପାଇଁ ବ୍ୟବସ୍ଥା କରୁ ବୋଲି କହିଥିଲା ।
ମାତ୍ର ବିସିସିଆଇ ଅନୁରୋଧ କରିବା ସତ୍ୱେ ଆଂଶିକ ଛାଡ ପାଇଥିଲା । ପରେ ଆଇସିସି ୧୭୬ କୋଟି ଟଙ୍କା ବିସିସିଆଇର ଅଟକ ରଖିଥିଲା । ବିସିସିଆଇ ଭାରତରେ ଏହାକୁ ଆୟୋଜନ କରିଥିଲେ ରାଜ୍ୟ ସଂଘକୁ ପ୍ରତି ମୁକାବିଲା ପାଇଁ ୧କୋଟି ଟଙ୍କା ଦେଇଥାନ୍ତା । ଆଇପିଏଲ ବାବଦକୁ ମଧ୍ୟ ଏହି ଅର୍ଥ ପୈଠ କରାଯାଏ । ଏହା ହିସାକୁ ନେଲେ ବୋର୍ଡକୁ ପ୍ରାୟ ୪୫କୋଟି ଟଙ୍କା ଦେବାକୁ ପଡିଥାନ୍ତା । ବୋର୍ଡ ୨୦୨୦ ଆଇପିଏଲ ୟୁଏଇରେ କରିବା ପାଇଁ ୧୦୦ କୋଟି ଟଙ୍କା ଦେଇଥିଲା । ଏବେ ବିଶ୍ୱକପ ବାବଦକୁ ବୋର୍ଡ ୮୦ରୁ ୯୦ କୋଟି ଟଙ୍କା ଦେବ । ଫିସ ବାବଦକୁ ଭାରତ ତୁଳନାରେ ବିସିସିଆଇକୁ ୨ ଗୁଣା ଅର୍ଥ ୟୁଏଇକୁ ଦେବାକୁ ପଡୁଛି । ମାତ୍ର ଏହି ଖର୍ଚ୍ଚ ସତ୍ୱେ ଟ୍ୟାକ୍ସ ବାବଦରେ ବୋର୍ଡକୁ ଅତି କମରେ ୧୧୦ରୁ ୧୨୦ କୋଟି ଟଙ୍କାର ଫାଇଦା ହେବ ।
ପ୍ରସାରଣ ରାଇଟ୍ସ ହାତେଇଥିବା ଷ୍ଟାରସ୍ପୋର୍ଟ୍ସକୁ ମଧ୍ୟ ବିଶେଷ କ୍ଷତି ସହିବାକୁ ପଡିବ ନାହିଁ । କାରଣ ପୂର୍ବରୁ ଆଇପିଏଲ ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା କରି ସାରିଥିବ । ୨୦୧୯ ବିଶ୍ୱକପ ଇଂଲଣ୍ଡ ଆୟୋଜନ କରିବା ଫଳରେ ସ୍ଥାନୀୟ ସରକାରଙ୍କୁ ୩୬୦୦ କୋଟିର ଲାଭ ମିଳିଥିଲା । କରୋନା ସମୟରେ ଭାରତରେ ବିଶ୍ୱକପ ଆୟୋଜନ ହୋଇଥିଲେ ଦେଶର ଫାଇଦା ହୋଇଥାନ୍ତା ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.